January 11, 2026

କମିବାର ନାଁ ନେଉନି, ହୁତୁ ହୁତୁ ହେଇ ବଢୁଛି ସୁନା ଦର

ସୁନା ଦରରେ ନିଆଁ ଲାଗିଛି। ନିୟମିତ ବ୍ୟବଧାନରେ ତାହା ହଜାରେ ଟଙ୍କା ଲେଖାଏଁ ବଢ଼ୁଛି। ଗୁରୁବାର ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୧୪୦ ଟଙ୍କା ବୃଦ୍ଧି ପାଇ ୯୭,୩୧୦ ଟଙ୍କା ହୋଇଛି। ସେହିପରି, ୨୨ କ୍ୟାରେଟ୍‌ ସୁନା ଦାମ୍ ୧୦୫୦ ଟଙ୍କା ବୃଦ୍ଧି ପାଇ ୮୯,୨୦୦ ଟଙ୍କାରେ ପହଞ୍ଚିଛି।

ଯେଉଁ ଭଳି ଭାବେ ଦରବୃଦ୍ଧି ଜାରି ରହିଛି, ଖୁବ୍‌ଶୀଘ୍ର ୨୨ କ୍ୟାରେଟ୍ ଦାମ୍ ୯୦ ହଜାର ଓ ୨୪ କ୍ୟାରେଟ୍ ଦାମ୍ ଏକ ଲକ୍ଷ ଟଙ୍କାରୁ ଅଧିକ ହୋଇଯିବା ଆଶଙ୍କା ଦେଖାଦେଇଛି। ଗତ ଦୁଇ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୨୦୦୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟ‌ାରେଟ୍‌ ସୁନା ୨୧୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ଦିଲ୍ଲୀରେ ୧୦ ଗ୍ରାମ ସୁନା ଦାମ୍ ୯୮,୧୭୦ ଟଙ୍କାକୁ ବୃଦ୍ଧି ପାଇଛି।

SHARE BY