କଫ୍ ସିରପ ପ୍ରସ୍ତୁତକାରୀ ୬ କମ୍ପାନିଙ୍କ ଲାଇସେନସ ରଦ୍ଦ । ନିୟମ ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ରରେ ୬ କମ୍ପାନିଙ୍କ ଲାଇସେନସ ରଦ୍ଦ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଔଷଧ ପ୍ରଶାସନ ମନ୍ତ୍ରୀ ସଞ୍ଜୟ ରାଠୋଡ । ରାଜ୍ୟରେ କଫ ସିରପ ପ୍ରସ୍ତୁତ କରୁଥିବା ୧୦୮ଟି ପ୍ରସ୍ତୁତକର୍ତ୍ତାଙ୍କ ମଧ୍ୟରୁ ୮୪ଟି କମ୍ପାନି ବିରୋଧରେ ତଦନ୍ତ ଜାରି ରହିଛି । ତେବେ ସେମାନଙ୍କ ମଧ୍ୟରୁ ୬ଟି କମ୍ପାନିର ଲାଇସେନସ ରଦ୍ଦ ହୋଇଥିବାବେଳେ ଔଷଧ ଉତ୍ପାଦନ ବନ୍ଦ ଲାଗି ୪ଟି କମ୍ପାନିକୁ କୁହାଯାଇଛି । ଏହାସହ ୧୭ଟି କମ୍ପାନିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଗତବର୍ଷ ନୋଏଡାସ୍ଥିତ ଏକ କମ୍ପାନି ଦ୍ବାରା ପ୍ରସ୍ତୁତ କଫ୍ ସିରପ ଖାଇ ଉଜବେକିସ୍ତାନର ୧୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ପରେ ରାଜ୍ୟରେ ଏହାକୁ ନେଇ ବିଭିନ୍ନ ସ୍ତରରେ ତୀକ୍ଷ୍ଣ ନଜର ରଖାଯାଇଥିଲା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍