ଏକ ଘରୋଇ କମ୍ପାନୀ ଅଲ ଡାହରା ଗ୍ଲୋବାଲ କମ୍ପାନୀରେ କାର୍ଯ୍ୟ କରୁଥିବା ଆଠଜଣ ଭାରତୀୟ ନୌସେନା କର୍ମଚାରୀଙ୍କ ମଧ୍ୟରୁ ସାତ ଜଣ କତାରରୁ ଭାରତ ଫେରିଛନ୍ତି।ଗୁପ୍ତଚର ଅଭିଯୋଗରେ ଗଲ୍ଫ ଦେଶ କତାରରେ ବନ୍ଦୀ ହୋଇଥିବା ଆଠଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିଛି ଯାହାକୁ ଭାରତ ସ୍ୱାଗତ କରିଛି । ନୂଆଦିଲ୍ଲୀ କହିଛି ଯେ ଆଠ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ସାତ ଜଣ ଘରକୁ ଫେରିଛନ୍ତି । ଏହା ଭାରତ ପାଇଁ ଏକ ବଡ କୂଟନୈତିକ ବିଜୟ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି ସକାଳେ ଜାରି ଏକ ବିବୃତ୍ତିରେ ଏହି ଘଟଣାକୁ ସ୍ୱାଗତ କରିଛି ଏବଂ କହିଛି ଯେ ଏକ ଘରୋଇ କମ୍ପାନୀ ଅଲ ଡାହରା ଗ୍ଲୋବାଲ କମ୍ପାନୀରେ କାର୍ଯ୍ୟ କରୁଥିବା ଆଠଜଣ ଭାରତୀୟ ନୌସେନା କର୍ମଚାରୀଙ୍କ ମଧ୍ୟରୁ ସାତ ଜଣ କତାରରୁ ଭାରତ ଫେରିଛନ୍ତି ।ଭାରତୀୟ ନାଗରିକଙ୍କ ମୁକ୍ତିକୁ ସ୍ୱାଗତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ କତାରରେ ବନ୍ଦୀ ହୋଇଥିବା ଡାହରା ଗ୍ଲୋବାଲ କମ୍ପାନୀରେ କାର୍ଯ୍ୟ କରୁଥିବା ଆଠ ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପଦକ୍ଷେପକୁ ଭାରତ ସରକାର ସ୍ୱାଗତ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଆଠ ଜଣଙ୍କ ମଧ୍ୟରୁ ସାତ ଜଣ ଭାରତ ଫେରିଛନ୍ତି । କତାର ରାଜା ଆମୀରଙ୍କ ନିଷ୍ପତ୍ତିକୁ ଆମେ ପ୍ରଶଂସା କରୁଛୁ ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ