The Topmost

“The eyes believe themselves, the ears believe other people.”

କ’ଣ ଦଉଡ଼ି ଦେଇଦେବି କି ?

ଦିନକୁ ଦିନ ଗୋଳିଆ ହେଉଛି ରେସଲରଙ୍କ ବିବାଦ । ବିଜେପି ସାଂସଦ ତଥା ପୂର୍ବତନ ରେସଲର ଆସୋସିଏସନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କୁ ନେଇ ଏବେ ମଧ୍ୟ ଦୃଢ଼ ନିନ୍ଦା କରୁଛନ୍ତି କୁସ୍ତିଯୋଦ୍ଧା । ନିକଟରେ ହୋଇଥିବା କୁସ୍ତିସଂଘ ନିର୍ବାଚନରେ ସଞ୍ଜୟ ସିଂ ଅଧ୍ୟକ୍ଷ ହୋଇଥିବାବେଳେ ଏହାକୁ ବିରୋଧ କରୁଛନ୍ତି କୁସ୍ତିଯୋଦ୍ଧା । ସାକ୍ଷୀ ମଲ୍ଲିକ ଏହାପରେ ଅବସର ଘୋଷଣା କରିଥିବାବେଳେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପଦକକୁ ପୁଥପାଥରେ ଥୋଇ ଆସିଛନ୍ତି । ଯାହାକୁ ନେଇ ପୁଣି ଚର୍ଚ୍ଚା ହେଉଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ବ୍ରିଜଭୂଷଣ । ସେ କହିଛନ୍ତି କି, ଏହି ବିରୋଧ ପାଇଁ କଣ ମୁଁ ଦଉଡ଼ି ଦେବି କି ? ୧୧ ମାସ ହେବ ଲାଗି ରହିଥିବା ଏହି ବିବାଦ ପାଇଁ କଣ ମୋତେ ଫାଶୀ ଦିଆଯିବା ଉଚିତ କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ସେପଟେ ସାକ୍ଷୀ ମଲ୍ଲିକ କହିଛନ୍ତି କି, ଆମର ଏହି ଲଢ଼େଇ ବ୍ରିଜଭୂଷଣଙ୍କ ବିରୋଧରେ । ସେ ଯେଭଳିଭାବେ ମହିଳା ରେସଲରଙ୍କୁ ଦୁର୍ବ୍ୟବହାର କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଆମେ ଆବେଦନ କରିଥିଲୁ କି, ଜଣେ ମହିଳାଙ୍କୁ ଅଧ୍ୟକ୍ଷ କରାଯାଉ ମାତ୍ର ସଞ୍ଜୟ ବିଜୟ ଅତି ନିଜର ଲୋକ । ସେପଟେ ଆଜି ମଧ୍ୟ ସେମାନେ ଆମକୁ ଦୁର୍ବବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ସାକ୍ଷୀ । ଦୀର୍ଘଦିନ ଧରି ଯେଉଁ ପ୍ରତିବାଦ କରିଥିଲୁ ତାହାଫଳ କ’ଣ ଏଇଆ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।