କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ପକ୍ଷରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିଏନ୍ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ‘ମୋ ବସ’ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି। ବିମାନ ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ଏହି ବସ୍ ଚଳାଚଳ କରିବ। ବିମାନବନ୍ଦରରୁ ପୁରୀ ବସ୍ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୨୦୦ ଟଙ୍କା ଓ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍ରେ ଉପଲବ୍ଧ ଥିବା ‘ମୋ ବସ୍’ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ । ରାଜ୍ୟ ବାହାର ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଉତ୍ତମ ସୁବିଧା ଯୋଗାଇ ଦେବା ପାଇଁ କ୍ରୁଟ୍ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ଯାହାକୁ ଯାତ୍ରୀମାନେ ବେଶ ପ୍ରଶଂସା କରିଛନ୍ତି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍