ପଞ୍ଚମ ଦିନରେ ଜମୁଛି କଟକର ଐତିହାସିକ ବାଲିଯାତ୍ରା । ଉପର ଓ ତଳ ବାଲିଯାତ୍ରା ପଡିଆରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ତଳ ପଡିଆରେ ନୂଆ କରି ହୋଇଥିବା କଟକ- ଇନ-କଟକ ଦେଖିବାକୁ ଲୋକ ବେଶି ଆଗ୍ରହ ଦେଖାଉଛନ୍ତି । ଏଥିରେ କଟକ ସହରର ଚଣ୍ଡୀ ମନ୍ଦିର, ଧବଳେଶ୍ବର ମନ୍ଦିର, କଦମୀ ରସୁଲ, ଯୋବ୍ରାର ଗୁରୁଦ୍ବାର , ଚର୍ଚ୍ଚ ଭଳି ଅନେକ ଧାର୍ମିକ ପୀଠର ପ୍ରତିକୃତି ପ୍ରତିଷ୍ଠା କରାଯାଇଛି । ଏଥି ସହିତ ଏହା ଭିତରେ ଏକ ସବୁଜ ବଳୟ ସୃଷ୍ଟି କରାଯାଇଛି । ଯେଉଁଠି ଲୋକମାନେ ବୁଲାବୁଲି କରି ବେଶ କିଛି ସମୟ କଟାଉଛନ୍ତି । ସଂଧ୍ୟା ହେବା କ୍ଷଣି ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଶ ମସଗୁଲ ହେଉଛନ୍ତି ଦର୍ଶକ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା