କଟକରେ ପୁଲିସର ଏନକାଉଣ୍ଟର । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ । ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ଘଟିଥିବା ଫାରୁକ ହତ୍ୟାଘଟଣାର ଅଭିଯୁକ୍ତ ହେଉଛି ଶଙ୍କର । ରାଣୀହାଟ ଗୋପାଳ ସାହି ବାସିନ୍ଦା ଶଙ୍କର ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କ ସାର୍ପସୁଟର୍ ଭାବେ ପରିଚିତ । ସେ ଭୁଆଶୁଣି ପଠା ନିକଟ ରାସ୍ତାରେ ଏକ ଅଟୋରେ ବନ୍ଧୁକ ବିକ୍ରି କରିବାକୁ ଯାଇଥିବା ନେଇ ପୁଲିସ ଖବର ପାଇଥିଲା । ଉଭୟ ବିଡ଼ାନାସୀ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ ଟିମ୍ ତାକୁ ଧରିବାକୁ ଉଦ୍ୟମ କରିଥିଲେ । ସେଠାରେ ପୁଲିସ ସହିତ ଶଙ୍କରର ମୁହାମୁଁହି ହୋଇଥିଲା । ଶଙ୍କର ସେଠାରେ ପ୍ରଥମେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳିଚଳାଇଥିଲା । ଜୀବନ ବଞ୍ଚାଇବାକୁ ଯାଇ ପୁଲିସ ସର୍ଭିସ ପିସ୍ତଲରୁ ପାଲଟା ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲା । ପୁଲିସର ଗୁଳି ଶଙ୍କରର ବାମଗୋଡ଼ର ଆଣ୍ଠୁରେ ବାଜିବାରୁ ସେ ସେଠାରେ ପଡ଼ିଯାଇଥିଲା । ତେବେ ପୁଲିସ ଶଙ୍କର ନିକଟକୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଓ ଅଟୋ ଜବତ କରିଥିବା ସୂଚନା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା