ଆଜିକାଲି ବିଭିନ୍ନ ସ୍ଥାନରେ ଖାଦ୍ୟ ନଷ୍ଟ ହେଉଛି । ପ୍ରତିଦିନ ବାହାଘର ହେଉ କିମ୍ବା ଅନ୍ୟ କୌଣସି ଉତ୍ସବରେ ଅଧିକ ମାତ୍ରାରେ ଖାଦ୍ୟ ନଷ୍ଟ ହେବାର ସାମନାକୁ ଆସିଥାଏ । ଏହାର ପୁନଃବ୍ୟବହାର ପାଇଁ ବିଭିନ୍ନ ଲୋକ ଚେଷ୍ଟା ମଧ୍ୟ କରିଥାଆନ୍ତି । କେତେକ ଏନ୍ଜିଓ ଅଛନ୍ତି, ଯେଉଁମାନେ ଏହି ଖାଦ୍ୟକୁ ଗରିବ, ଖାଦ୍ୟ ଖାଇବାକୁ ପାଉନଥିବା ଲୋକଙ୍କ ମଧ୍ୟରେ ବାଣ୍ଟି ଥାଆନ୍ତି । ସେହିଭଳି ଏହି ବଳକା ଖାଦ୍ୟକୁ ନଷ୍ଟ ହେବାରୁ ବଞ୍ଚାଇବାକୁ ଆଉ ଏକ ପ୍ରକ୍ରିୟା ସାମନାକୁ ଆସିଛି । ଏହି ବଳକା ଖାଦ୍ୟକୁ ବ୍ୟବହାର କରି ସ୍ୱାସ୍ଥ୍ୟକର ପଶୁ ଆହାର ପ୍ରସ୍ତୁତ କରାଯାଇ ପାରୁଛି ।

ରାଜସ୍ଥାନର ନିଖିଲ୍ ବୋହରା ନିଜ ପିତାଙ୍କ ସହ ମିଶି ଏକ ନୂଆ ପ୍ରକ୍ରିୟାର ଆରମ୍ଭ କରିଛନ୍ତି । ସେ ବଳକା ଖାଦ୍ୟ ଓ କୃଷି ବର୍ଜ୍ୟରୁ ପଶୁ ଆହାର ପ୍ରସ୍ତୁତ କରୁଛନ୍ତି । ପ୍ରତିଦିନ ସେ ୩୦ ଟନ୍ ଖାଦ୍ୟକୁ ରିସାଇକେଲ କରିଥାଆନ୍ତି । ନିଖିଲ ପେଶାରେ ଜଣେ ବାୟୋଟେକ୍ ଇଞ୍ଜିନିୟର । ସେ ବିଭିନ୍ନ କମ୍ପାନୀରେ ସ୍ୱାସ୍ଥ୍ୟ ଓ କୃଷି ସମ୍ବନ୍ଧୀତ ପ୍ରକଳ୍ପରେ କାମ କରିଛନ୍ତି । ସେହିଭଳି ତାଙ୍କ ପିତା ଅନେକ ସମୟ ଧରି ଏକ ଫୁଡ୍ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି । ଏ ସମସ୍ତ ଅନୂଭବକୁ ବ୍ୟବହାର କରି ସେ ଏହି ପ୍ରକ୍ରିୟାର ଉଦ୍ଭାବନ କରିଛନ୍ତି । ଭାରତରେ ପ୍ରାୟ ବଳକା ଖାଇବାକୁ ଡମ୍ପିଂ ୟାର୍ଡରେ ପୋତାଯାଇଥାଏ । ଯାହା ପରିବେଶ ପାଇଁ ଅନୁପଯୋଗୀ । ତେବେ ଉତ୍ପାଦନକୁ ନେଇ ଏକ ପ୍ରୋଜେକଫ କରିବା ସମୟରେ ସେ ବର୍ଜ୍ୟବସ୍ତୁରୁ ପଶୁ ଆହାର ପ୍ରସ୍ତୁତିକୁ ନେଇ ଚିନ୍ତା କରିଥିଲେ । ୨୦୧୩ରୁ ସେ ଏ ନେଇ ନିଜର ଗବେଷଣା ଆରମ୍ଭ କରିଥିଲେ । କେଉଁ ବର୍ଜ୍ୟରେ କେଉଁ ଏଲିମେଣ୍ଟ ଓ ପୋଷକ ତତ୍ତ୍ୱ ରହୁଛି ସେ ନେଇ ସୂଚୀ ପ୍ରସ୍ତୁତ କରିଥିଲେ । ଅନେକ ଦିନର ଗବେଷଣା ପରେ ସେ ନିଜର ଆନିମଲ ଫୁଡ୍ ବ୍ରାଣ୍ଡ ଲଞ୍ଚ କରିଥିଲେ ।

୨୦୧୫ରେ ସେ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ । ପ୍ରଥମରୁ ସେ ନିଜର ଫର୍ମୁଲାର ଉପଯୋଗ କରି ଅନ୍ୟ ଫ୍ୟାକଫିରେ ସାମଗ୍ରୀ ପ୍ରସ୍ତୁତ କରି କୃଷକଙ୍କ ନିକଟରେ ପହଞ୍ଚାଉଥିଲେ । ହେଲେ ଯେତେବେଳେ ତାଙ୍କ ସାମଗ୍ରୀର ଚାହିଦା ବଢିଲା, ସେତେବେଳେ ସେ ନିଜର ନିର୍ମାଣ ସଂସ୍ଥା କରିଥିଲେ । ଧୀରେଧୀରେ ବିଭିନ୍ନ ଅଲଗା ବର୍ଜ୍ୟବସ୍ତୁ ଉପରେ ଗବେଷଣା କରି ନିଜ ସାମଗ୍ରୀର ମାନରେ ଭିନ୍ନତା ମଧ୍ୟ ଆଣିଲେ । ଏହାକୁ ଅଧିକ ଉନ୍ନତ କରିବା ପାଇଁ ସେ ସମସ୍ତ ଚେଷ୍ଟା କରିଥାଆନ୍ତି ବୋଲି ମତ ଦେଇଛନ୍ତି । ସେ କିଛି ଏନ୍ଜିଓଙ୍କ ସହିତ ଟାଏଅପ୍ ହୋଇଛନ୍ତି, ଯେଉଁମାନେ ତାଙ୍କୁ ଫୁଡ୍ େୱଷ୍ଟ ଯୋଗାଇଥାଆନ୍ତି । ଏହାପରେ ଲାବ୍ରେ ଏହାକୁ ସଫା କରାଯିବା ସହିତ ଏହାର ବିଭିନ୍ନ ଟ୍ରିଟମେଣ୍ଟ କରାଯାଇଥାଏ ।

ପରେ ଏହାକୁ ସିଗ୍ରିଗେଟ୍ କରି ଶୁଖା ଯାଇଥାଏ । ଏହାପରେ ଏହାର ପ୍ରୋସେସିଂ କରି ଏକ ପଶୁ ଆହାରରେ ପରିବର୍ତ୍ତନ କରାଯାଇଥାଏ । ଏହାର ମାନ ପରୀକ୍ଷଣ ପରେ ଏହାକୁ ପ୍ୟାକେଜିଂରେ ଦିଆଯାଇଥାଏ । ବର୍ତ୍ତମାନ ଏହି କମ୍ପାନୀରେ ୩୦୦ ବଣ୍ଟନକାରୀ ଅଛନ୍ତି, ଏହା ଆଗକୁ ବଢିବ ବୋଲି ନିଖିଲ ମତ ଦେଇଛନ୍ତି । ବର୍ଜ୍ୟବସ୍ତୁକୁ ଏଭଳି ଏକ ଉପଯୋଗୀ ସାମଗ୍ରୀରେ ପରିବର୍ତ୍ତନ କରିପାରିଥିବାରୁ ସେ ଓ ତାଙ୍କ ପିତା ବେଶ୍ ଉତ୍ସାହିତ ଅଛନ୍ତି ।
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..