The Topmost

“The eyes believe themselves, the ears believe other people.”

କଂଗ୍ରେସ ହାଇକମାଣ୍ଡଙ୍କ ବଡ଼ ଫଇସଲା

କଂଗ୍ରେସ ହାଇକମାଣ୍ଡଙ୍କ ବଡ଼ ଫଇସଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା । ଉପମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର । ଚାରି ଦିନ ଧରି ଲଗାତାର ଆଲୋଚନା ଓ ସମୀକ୍ଷା ପରେ ଏଭଳି ବଡ଼ ଫଇସଲା ନିଆଯାଇଛି । ତେବେ ଡିକେ ଶିବକୁମାରଙ୍କୁ ବଡ଼ ଦାୟିତ୍ବ ଦିଆଯାଇପାରେ । ଆସନ୍ତା ୨୦ ତାରିଖରେ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ପରେ ରାଜ୍ୟରେ ଗଠନ ହେବ ନୂଆ କ୍ୟାବିନେଟ । ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ସେଲିବ୍ରେସନ ଦେଖିବାକୁ ମିଳିଛି । ଏନେଇ ଗତକାଲି ରାହୁଲ ଗାନ୍ଧିଙ୍କୁ ପୃଥକ ଭାବେ ଭେଟିଥିଲେ ସିଦ୍ଧରମୈୟା ଓ ଶିବକୁମାର ।