The Topmost

“The eyes believe themselves, the ears believe other people.”

କଂଗ୍ରେସ ନିର୍ବାଚନ କମିଟିକୁ ନେଇ ବଢ଼ିଲା ବିବାଦ

କଂଗ୍ରେସ ନିର୍ବାଚନ କମିଟିକୁ ନେଇ ହାତ ଶିବିରରେ ବଢ଼ିଲା ବିବାଦ । କମିଟିରୁ ବାଦ ପଡ଼ିବା ପରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ କ୍ଷୋଭ । କହିଲେ- କଂଗ୍ରେସର ଆମେ ଛୋଟ ଏବଂ ଅଯୋଗ୍ୟ ନେତା ହୋଇଥିବାରୁ ଦଳ ଆମକୁ କମିଟିରେ ସ୍ଥାନ ଦେଇନାହିଁ । ଅନ୍ୟପଟେ ତାରା କିନ୍ତୁ କମିଟିର ବାଦ ପଡ଼ିବା ପରେ ଦୁଇ ଦିନ ଅପେକ୍ଷା କରନ୍ତୁ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିଟିକୁ ନେଇ କଂଗ୍ରେସ ରାଜନୀତି ଗୋଳିଆ ହୋଇଛି । କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟିରୁ ଦଳର ଦୁଇ ହେଭିଓ୍ବେଟ ତଥା ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ବାଦ ପଡ଼ିଛନ୍ତି । ରାଜ୍ୟ ନିର୍ବାଚନ କମିଟିରୁ କଂଗ୍ରେସର ଫାୟାର ବ୍ରାଣ୍ଡ ବିଧାୟକ ବାଦ ପଡ଼ିବା ପରେ ବିଧାୟକ ସୁରେଶ ରାଉତରାୟ କ୍ଷୋଭ ପ୍ରକାଶ କରିଛନ୍ତି । କମିଟିକୁ କଟାକ୍ଷ କରି ସୁର କହିଛନ୍ତି, ଆମେ କଂଗ୍ରେସର ଛୋଟ ଏବଂ ଅଯୋଗ୍ୟ ନେତା, ସେଥିପାଇଁ କମିଟିରେ ଆମକୁ ସ୍ଥାନ ଦିଆଯାଇନାହିଁ । ମତେ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ହଟାଇ ଦେଲେ ବି ମୋର କିଛି ଖାତିର ନାହିଁ । ଏପରିକି ଦୁଇ ପୁଅକୁ ଯଦି ଦଳ ଟିକେଟ ନମିଳେ ତେବେ ସ୍ବାଧୀନ ଭାବେ  ନିର୍ବାଚନ ଲଢାଇ ଜିତାଇବି ବୋଲି ସୁର ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଅନ୍ୟପଟେ ବିଧାୟକ ତାରା ପ୍ରସାଦ ବାହିନୀପତି କମିଟିରୁ ବାଦ ପଡ଼ିବା ପରେ ବି ମାପିଚୁପି ବୟାନ ରଖିଛନ୍ତି । କାହିଁକି କମିଟିରୁ ବାଦ ପଡ଼ିଲେ ତାହା ଦୁଇଦିନ ପରେ ସଭିଁଏ ଜାଣିବେ ବୋଲି ତାରା କହିଛନ୍ତି । ଯାହାକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ ହୋଇଛି ।