କଂଗ୍ରେସ ଛାଡିବା ପରେ ବଦଳିଛି ଗୁଲାମ ନବୀ ଆଜାଦଙ୍କ ସ୍ୱର । ପୂର୍ବତନ ଦଳ କଂଗ୍ରେସ, ଜମ୍ମୁ କଶ୍ମୀରର ପିଡିପି, ଏନସିପିକୁ ଟାର୍ଗେଟ କରିଛନ୍ତି ଆଜାଦ । ଧାରା ୩୭୦ ଓ ୩୫ ଏ ଜମ୍ମୁ କଶ୍ମୀରରୁ ଉଚ୍ଛେଦ ହୋଇଛି । ଏବେ ଏହା ଆଉଥରେ ଲାଗୁ ହୋଇପାରିବ ନାହିଁ । ଯେଉଁମାନେ ଲାଗୁ ହେବ ବୋଲି କହୁଛନ୍ତି ସେମାନେ ଜମ୍ମୁ କଶ୍ମୀରବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ଏଭଳି କହି ସେମାନେ କେବଳ ଭୋଟ୍ ବ୍ୟାଙ୍କ କଥା ଚିନ୍ତା କରୁଛନ୍ତି । ଏଥିସହ ଲୋକଙ୍କୁ ଉସକାଇ ହିଂସା କରିବାକୁ ଚେଷ୍ଟା କରୁଛନ୍ତି । ଉତ୍ତର କଶ୍ମୀର ବରମୁଲାରେ ଏକ ରାଲି କରିବା ବେଳେ ଗୁଲାମ ନବୀ ଆଜାଦ ଏହା କହିଛନ୍ତି । ଏହାସହ ସେ ୧୦ ଦିନ ଭିତରେ ତାଙ୍କ ନୂଆ ଦଳ ଘୋଷଣା କରିବେ ବୋଲି କହିଛନ୍ତି । ଏହି ସମୟରେ ସେ କହିଛନ୍ତି, ଜମ୍ମୁ କଶ୍ମୀରରେ ମିଛ କଥା ରାଜନୀତି ଚାଲିବ ନାହିଁ । ଯଦି ଚାଲିବ ତାହେଲେ ସେହି ବ୍ୟକ୍ତି ତାଙ୍କୁ ପ୍ରଥମେ ସାମ୍ନା କରିବେ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ