କଂଗ୍ରେସ ଛାଡିଲେ ଭାରତର ପ୍ରଥମ ଗଭର୍ଣ୍ଣର୍ ଜେନେରାଲ୍ ସି. ରାଜଗୋପାଳଚାରୀଙ୍କ ନାତି ସି. ଆର୍. କେଶବନ୍ । ୨୦୦୧ରେ ବିଦେଶରେ ଭଲ କ୍ୟାରିୟର୍ ଛାଡ଼ି ସେ କେମିତି କଂଗ୍ରେସରେ ଯୋଗ ଦେଇଥିଲେ ସେକଥା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଲେଖିଥିବା ପତ୍ରରେ କେଶବନ୍ କହିଛନ୍ତି । ଗୋଟାଏ ସାମଗ୍ରିକ ଆଦର୍ଶବାଦ ଓ କ୍ରମବର୍ଦ୍ଧିଷ୍ଣୁ ଜାତୀୟ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ପ୍ରତିବଦ୍ଧତାଦ୍ବାରା ଅନୁପ୍ରାଣିତ ହୋଇ ମୁଁ ୨୦୦୧ରେ କଂଗ୍ରେସରେ ଯୋଗ ଦେଇଥିଲି । ମତେ କହିବାକୁ ଦୁଃଖ ଲାଗୁଛି ଯେ, ଏବେ କିଛି ଦିନ ହେବ ମୁଁ ଦଳରେ ମୂଲ୍ୟବୋଧର ଚିହ୍ନବର୍ଣ୍ଣ ଦେଖୁନାହିଁ, ଯେଉଁ ମୂଲ୍ୟବୋଧ ଯୋଗୁଁ ମୁଁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମର ଧରି ନିଷ୍ଠାପର ଭାବେ ଦଳ ପାଇଁ କାମ କରିଥିଲି। ଦଳର ସାମ୍ପ୍ରତିକ ଅବସ୍ଥା ଯାହା ସୂଚାଉଛି ମୁଁ ସେଥିରେ ଏକମତ ହେବି ବୋଲି ଆଉ ମନେହେଉନାହିଁ।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ