The Topmost

“The eyes believe themselves, the ears believe other people.”

କଂଗ୍ରେସ କରିବ ରାଜ୍ୟବ୍ୟାପୀ ସଂକୀର୍ତନ ସତ୍ୟାଗ୍ରହ

ନଭେମ୍ବର ୯ ତାରିଖ ସକାଳ ୯ଟାରୁ ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟ ଘଣ୍ଟା ବଜାଇ ଆନ୍ଦୋଳନ କରିବ କଂଗ୍ରେସ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯିବ । ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କାର୍ତିକ ମାସରେ ପୁରୀରେ ଭକ୍ତଙ୍କ ଭିଡ଼ ଜମୁଛି, ଏବେ କରୋନା ନାହିଁ, କାହିଁକି ଅନ୍ୟ ଦ୍ୱାରଗୁଡ଼ିକୁ ବନ୍ଦ କରାଯାଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଗତ ୧୬ ତାରିଖ ଦିନ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ଗଣତି ଓ ମରାମତି, ବେଦାନ୍ତ ନେଇଥିବା ଜମି ଫେରାଇବା ଆଦି ଦାବିରେ ପୁରୀରେ ଆନ୍ଦୋଳନ କରିଥିଲା କଂଗ୍ରେସ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବିପତ୍ର ଦେଇଥିଲା ଦଳ । ୨୮ ତାରିଖ ଭିତରେ ଏନେଇ ପଦକ୍ଷେପ ନେବାକୁ କୁହାଯାଇଥିଲା । ତେବେ ସମୟ ପୂରିଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ସଂକୀର୍ତନ ସତ୍ୟାଗ୍ରହ କରିବାକୁ ନିଷ୍ପତି ନେଇଛି କଂଗ୍ରେସ ।

SHARE BY