କଂଗ୍ରେସ ପକ୍ଷରୁ ‘ମେରା ଘର ଆପକା ଘର’ ଅଭିଯାନ ଆରମ୍ଭ । ଦଳ ପକ୍ଷରୁ ମଙ୍ଗଳବାର ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଲେଖାଯାଇଛି ‘ମେରା ଘର ଆପକା ଘର’। ସୋମବାର ଏପ୍ରିଲ ୨୨ ସୁଦ୍ଧା ସରକାରୀ ବଙ୍ଗଳା ଛାଡ଼ିବାକୁ ରାହୁଲଙ୍କୁ ନୋଟିସ ଦିଆଯାଇଥିଲା । ରାହୁଲ ମଧ୍ୟ ନୋଟିସକୁ ସମ୍ମାନ ଜଣାଇ ଏହି ବଙ୍ଗଳାରେ ତାଙ୍କର ବହୁ ସ୍ମୃତି ଜଡ଼ିତ ଥିଲେ ମଧ୍ୟ ତାହା ଛାଡ଼ିବେ ବୋଲି କହିଥିଲେ । ଏହାପରେ କଂଗ୍ରେସ ଆରମ୍ଭ କରିଛି ‘ମେରା ଘର ଆପକା ଘର’ ଅଭିଯାନ ଏବଂ ଅନେକ କଂଗ୍ରେସ ନେତା ରାହୁଲଙ୍କୁ ତାଙ୍କ ଘର ଅଫର କରିଛନ୍ତି । ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଅଜୟ ରାୟ ଲହୁରାବିର ଅଞ୍ଚଳରେ ଥିବା ତାଙ୍କ ଘର ଆଗରେ ଏକ ବୋର୍ଡ ମାରିଛନ୍ତି ଯେଉଁଥିରେ ଲେଖା ହୋଇଛି ‘ମେରା ଘର ଶ୍ରୀ ରାହୁଲ ଗାନ୍ଧି କା ଘର’। ସେ ହିନ୍ଦୀରେ ଟ୍ୱିଟ୍ କରିଛନ୍ତି ‘‘ତାନାଶାହ ଆପ କିତନେ ଘର ଖାଲୀ କରାଓଗେ? ହର କାଂଗ୍ରେସ କାର୍ୟକର୍ତ୍ତା କା ଘର ରାହୁଲ ଜୀ କା ଘର ହୈ । ଆଜ ହମନେ କାଶୀ ସ୍ଥିତୀ ଆବାସ କୋ ଶ୍ରୀ ରାହୁଲ ଜୀ କୋ ସମର୍ପିତ କିୟା । ଆଇୟେ ରାହୁଲ ଜୀ ! କାଶୀ ମେଂ ଆପକା ସ୍ୱାଗତ ହୈ ।’’
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ