The Topmost

“The eyes believe themselves, the ears believe other people.”

କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ

କଂଗ୍ରେସ କରୁଛି ‘ଦେଶ ପାଇଁ ଦାନ’ ଅଭିଯାନ । ଆଉ ଏହି ଅଭିଯାନ ବଳରେ ମାତ୍ର ୬ ଘଣ୍ଟାରେ ୧ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଏନେଇ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଆଉ ଏହି ଅଭିଯାନ ଆରମ୍ଭ ହେବାର ମାତ୍ର ୬ ଘଣ୍ଟା ଭିତରେ ଦଳ ୧ କୋଟି ଟଙ୍କା ସଂଗ୍ରହ କରାଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଗାମୀ ୨୦୨୪ ନିର୍ବାଚନ ଲଢିବା ପାଇଁ ଦେଶ ପାଇଁ କଂଗ୍ରେସ ଗତକାଲିଠାରୁ ଆରମ୍ଭ କରିଛି ‘ଦେଶ ପାଇଁ ଦାନ’ ଅଭିଯାନ । ପ୍ରଥମ ଥର ପାଇଁ ଦେଶ ପାଇଁ ଦାନ ମାଗୁଛି ଦଳ । ବେକାରୀ, ଦରଦାମ୍ ବୃଦ୍ଧି ଏଭଳି ଅନେକ ସାମାଜିକ ସମସ୍ୟାକୁ ନେଇ ଏଥର ଲୋକସଭା ନିର୍ବାଚନ ଲଢିବ କଂଗ୍ରେସ । ଆଉ ଏଥିପାଇଁ ପାଣ୍ଠିର ଆବଶ୍ୟକତା ଥିବାରୁ କଂଗ୍ରେସ ଆରମ୍ଭ କରିଛି ଦେଶ ପାଇଁ ଦାନ ଅଭିଯାନ । କଂଗ୍ରେସ ଦଳ ଗଠନକୁ ୧୩୮ ପୁରିବା ଉପଲକ୍ଷେ କଂଗ୍ରେସ ଅନଲାଇନ୍ ମାଧ୍ୟମରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ତେଣୁ ଲୋକମାନଙ୍କୁ ୧୩୮ ଟଙ୍କା, ୧୩୮୦ ଟଙ୍କା, ଅବା ୧୩ ହଜାର ୮୦୦ ଟଙ୍କା ଦାନ କରିବାକୁ ଆହ୍ୱାନ କରିଛି । ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ କଂଗ୍ରେସ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯାଇଥିବା କୁହାଯାଉଛି ।

SHARE BY