ଆଜିଠୁ ରାଜ୍ୟ କଂଗ୍ରେସର ଦୁଇ ଦିନିଆ ବୈଠକ । ‘ଭାରତ ଯୋଡ଼ୋ’ ଅଭିଯାନ ପରେ କଂଗ୍ରେସ ପକ୍ଷରୁ ‘ହାଥ୍ ସେ ହାଥ ଯୋଡ଼ୋ’ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ ହେବ ତାହା ସଂପର୍କରେ ଆଲୋଚନା କରାଯିବ । ବିଧାୟକ ସୁରେଶ ରାଉତରାୟଙ୍କ ସୂଚନା ଅନୁସାରେ ପର୍ଯ୍ୟବେକ୍ଷକ ତାରିକ ହମିଦ କାରା ଆସୁଛନ୍ତି । ପ୍ରଥମ ଅଧିବେଶନରେ ବରିଷ୍ଠ ନେତା, ବିଧାୟକଙ୍କ ସହ ବୈଠକ ହେବ । ଅପରାହ୍ଣରେ ଜିଲ୍ଲା ସଭାପତି ପ୍ରାର୍ଥୀମାନଙ୍କ ବୈଠକ ବସିବ । ଏହାସହ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଆସିବା ଲାଗି ପ୍ରଭାରୀ ଏ.ଚେଲାକୁମାରଙ୍କ ଜରିଆରେ ନିବେଦନ କରାଯାଇଛି । ଯଦି ପ୍ରିୟଙ୍କା ଏହାକୁ ସ୍ବୀକାର କରନ୍ତି ତାହାଲେ ଆସନ୍ତା ଫେବ୍ରୁଆରି ଓଡ଼ିଶାରେ ଏକ କାର୍ଯ୍ୟକ୍ରମ ହୋଇପାରେ ବୋଲି କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍