ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରଠାରୁ ଦଳରେ ଆରମ୍ଭ ହୋଇଛି ଇସ୍ତଫା ପର୍ବ । ଏହାଭିତରେ ଆଜି ଆଉ ତିନିଜଣ ନେତା ହାତ ଛାଡିଛନ୍ତି । ପୂର୍ବତନ ଉପବାଚସ୍ପତି ଗୁଲାମ ହାଇଦର ମଲିକଙ୍କ ସମେତ ତିନିଜଣ କଂଗ୍ରେସ ନେତା ଆଜାଦଙ୍କୁ ସମର୍ଥନ କରି ଦଳରୁ ଇସ୍ତଫା ଦେଉଥିବା କହିଛନ୍ତି । ଏହା ପୂର୍ବରୁ ଆଜାଦଙ୍କ ଇସ୍ତଫାକୁ ସମର୍ଥନ କରି କଂଗ୍ରେସର ୬ଜଣ ପୂର୍ବତନ ବିଧାୟକ ଇସ୍ତଫା ଦେଇଥିଲେ । ତେବେ ଆଜାଦ ଗତ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ । ଏହାସହ ସେ ଅଭିଯୋଗ କରିଥିଲେ ଯେ ଆଭ୍ୟନ୍ତରୀଣ ନିର୍ବାଚନ ନାଁରେ କଂଗ୍ରେସ ନେତୃତ୍ୱ ଧୋକା ଦେଉଛନ୍ତି । ରାହୁଲ୍ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି ସେ କହିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ