The Topmost

“The eyes believe themselves, the ears believe other people.”

ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ବିହାର ମୁଖ୍ୟମନ୍ତ୍ରୀ । ପୂର୍ବରୁ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଏହି ସାକ୍ଷାତକାର ମେ’ ୫ ତାରିଖରେ ହେବାକୁ ଥିଲା । କିନ୍ତୁ ପରବର୍ତି ସମୟରେ ଏହି କାର୍ଯ୍ୟକ୍ରମର ସୂଚୀ ପରିବର୍ତନ ହୋଇଥିଲା । ଜାତୀୟ ରାଜନୀତି ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ନେଇ ଚର୍ଚ୍ଚା ହେଉଛି । ବିହାରରେ ବିଜେପିର ହାତ ଛାଡିବା ପରେ, ବିଜେପି ବିରୋଧୀଙ୍କୁ ଏକାଠି କରିବାରେ ଲାଗି ପଡିଛନ୍ତି ନୀତିଶ କୁମାର । ଏହି କ୍ରମରେ କିଛି ଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ସହ ଆଲୋଚନା ବେଳେ ବିଜେପି ବିରୋଧୀ ମେଣ୍ଟ ଗଠନ ଦିଗରେ ଚର୍ଚ୍ଚା ହୋଇଥିବା କୁହାଯାଉଥିଲା । ଆଉ ଏବେ ନୀତିଶ ଓଡିଶା ଆସିବାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା ।

SHARE BY