ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ କରାଯିବାର ରହିଛି । ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିବ ଏହି ଟ୍ରେନ୍ । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରି ଦିନ ୧୨ଟା ୩୦ରେ ତାଳଚେରରେ ପହଞ୍ଚିବ ଏହି ଟ୍ରେନ୍ । ଚଳିତ ବର୍ଷ ମେ’ ମାସ ୧୮ ତାରିଖରେ ପୁରୀରୁ-ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍