ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ଯୁଦ୍ଧ ଡାକରା ପରେ ରୁଷରେ ଗୃହଯୁଦ୍ଧ ଭଳି ସ୍ଥିତି । ରୁଷରେ ବର୍ତ୍ତମାନ ମିଲିଟାରୀ ଶାସନ ଚାଲିଛି ଓ ଏହାକୁ ହଟାଇବା ପାଇଁ ୱାଗନର ଗ୍ରୁପ୍ ଅଭିଯାନ ଆରମ୍ଭ କରିଛି। ଏହାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିନ୍ଦା କରିବା ସହ ସୈନ୍ୟ ବିଦ୍ରୋହ ବୋଲି କହିଛନ୍ତି। ଏଥିସହ ୱାଗନର ଗ୍ରୁପ୍ର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମସ୍କୋକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ରୁଷ ସେନା ଏୟାର ଷ୍ଟ୍ରାଇକ ମଧ୍ୟ ଆରମ୍ଭ କରି ଦେଇଛି। ରୁଷ ସେନାର ଏପରି ପଦକ୍ଷେପ ପରେ ୱାଗନର ଗ୍ରୁପ୍ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିବା ସହ ରୁଷକୁ ଖୁବଶୀଘ୍ର ନୂଆ ରାଷ୍ଟ୍ରପତି ମିଳିବେ ବୋଲି କହିଛି। ୱାଗନର ପାରାମିଲିଟାରୀ ଗ୍ରୁପ୍ କହିଛି ଯେ ସଂସ୍ଥାର ଯବାନମାନେ ରୁଷର ଦୁଇଟି ସହରରେ ଥିବା ପ୍ରତିରକ୍ଷା ପ୍ରତିଷ୍ଠାନକୁ ନିଜ ଅକ୍ତିଆରକୁ ନେଇଛନ୍ତି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ