() ଖରାଛୁଟି ସରିବା ପରେ ବିଦ୍ୟାଳୟରେ କିଭଳି ଭାବେ ପାଠ ପଢ଼ାଯିବ ସେନେଇ ଓସେପା ପକ୍ଷରୁ ନିୟମାବଳୀ ଜାରି କରଯାଇଛି । ଏନେଇ ସମସ୍ତ ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଠିକଣା ଢ଼ଙ୍ଗରେ ଶିକ୍ଷାଦାନ ଆରମ୍ଭ ହେବ । ଏବଂ ତା ସହ ଶତପ୍ରତିଶତ ପାଠ୍ୟ ଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠପଢ଼ା ସମୟ ସମ୍ବନ୍ଧରେ ଆଲୋଚନା କରିବେ । କିଭଳି ସଠିକ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ ।https://thetopmost.in/%e0%ac%ac%e0%ac%b9%e0%ad%81%e0%ac%ad%e0%ac%be%e0%ac%b7%e0%ac%be-%e0%ac%aa%e0%ad%8d%e0%ac%b0%e0%ac%b8%e0%ad%8d%e0%ac%a4%e0%ac%be%e0%ac%ac%e0%ac%a8%e0%ac%be%e0%ac%95%e0%ad%81-%e0%ac%97%e0%ad%8d%e0%ac%b0/
https://thetopmost.in/try-these-detox-drink-it-will-reduce-your-fat/
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା