The Topmost

“The eyes believe themselves, the ears believe other people.”

ଓମ ବିର୍ଲାଙ୍କ ବିରୋଧରେ ଏକାଠି ବିରୋଧି

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ମାମାଲା । ପଦ ରଦ୍ଦ ପରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣିବେ ବିରୋଧୀ । ଆସନ୍ତା ସୋମବାର ବିରୋଧୀ ଦଳ ଏକାଠି ହୋଇ ଅନାସ୍ତା ପ୍ରସ୍ତାବ ଆଣିବେ । ରାହୁଲଙ୍କ ସଦସ୍ୟତା ରଦ୍ଦ କରି ଲୋକସଭା ବାଚସ୍ପତି ଓମ ବିର୍ଲା ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । କଂଗ୍ରେସ ପକ୍ଷରୁ ଏଭଳି ଅଭିଯୋଗ କରାଯାଇଛି । କଂଗ୍ରେସ ଅନ୍ୟ ବିରୋଧୀ ଦଳଙ୍କ ସହ ଆଲୋଚନା କରୁଛି । ଅନାସ୍ତା ପ୍ରସ୍ତାବ ପାଇଁ ୫୦ ଜଣ ସଦସ୍ୟଙ୍କ ସମର୍ଥନ ରହିବା ନିହାତି ଆବଶ୍ୟକ । ସଂସଦରେ ଏବେ ହଟ୍ଟଗୋଳ ସ୍ଥିତି ଜାରି ରହିଥିବା ବେଳେ ଅନାସ୍ତା ପ୍ରସ୍ତାବ ଆଣିବା ଉପରେ ପ୍ରଶ୍ନ ଉଠାଇଛି ବିଜେପି ।

SHARE BY