ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ । ଓମିକ୍ରନର ସବ୍ ଭାରିଆଣ୍ଟ BA.2.75କୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାକୁ ନେଇ WHOଚିନ୍ତା ବ୍ୟକ୍ତ କରି ଥିବାବେଳେ ବିଶେଷଜ୍ଞ ଏହା ଉପରେ ନଜର ରଖିଛନ୍ତି ବୋଲି ଏକ ପ୍ରେସମିଟରେ WHOର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ପୂରା ବିଶ୍ୱରେ କରୋନା ସଂକ୍ରମଣ ୩୦ ପ୍ରତିଶତ ବୃଦ୍ଧି ପାଇଛି । ୟୁରୋପରେ BA-4, ଆମେରିକାରେ BA.5 ଭାରିଆଣ୍ଟ ଯୋଗୁ ସଂକ୍ରମଣ ବଢ଼ୁଥିବା ବେଳେ ଭାରତରେ ଓମିକ୍ରନର ସବ୍ ଭାରିଆଣ୍ଟ BA.2.75 ଠାବ ହୋଇଛି ବୋଲି WHO ପକ୍ଷରୁ କୁହାଯାଇଛି । ପ୍ରଥମେ ଭାରତରେ ଚିହ୍ନଟ ହେବା ପରେ ଏହି ଭାରିଆଣ୍ଟ ଅନ୍ୟ ୧୦ ଦେଶରେ ମଧ୍ୟ ଚିହ୍ନଟ ହୋଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍