The Topmost

“The eyes believe themselves, the ears believe other people.”

ଓଡିଶା-ଛତିଶଗଡ ଜଳ ବିବାଦ ମାମଲା, ଆଜି ବୈଠକ..

ଜଳ ବିବାଦ ମାମଲା ନେଇ ଆଜି ୨ ରାଜ୍ୟ ମଧ୍ୟରେ ଆଲୋଚନା ହେବ । ୨ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ବସିବ ବୈଠକ । ତେବେ ଅପରାହ୍ନ ୪ଟାରେ ଭିସି ଜରିଆରେ ଜଳ ପରିଚାଳନା ନେଇ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଉପରମୁଣ୍ଡରେ ବର୍ଷା ଅଧିକ ହେବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ତେବେ ଛତିଶଗଡ ପାଣି ଛାଡିବାକୁ ଓଡ଼ିଶା ଉପରେ ଚାପ ପକାଉଛି । ଏମିତିକି ଅଧିକରୁ ଅଧିକ ଗେଟ୍ ଖୋଲିବାକୁ ଚାପ ପକାଉଥିଲେ । ଗତ କିଛିଦିନ ତଳେ ଏନେଇ ପ୍ରତିକ୍ରିୟା ରଖିଥିଲେ ସିଏସ୍ । ସେ କହିଥିଲେ ହୀରାକୁଦ ଗେଟ ବନ୍ଦ କରିବା ଛତିଶଗଡ ସହ ଆମର କିଛି ସଂପର୍କ ନାହିଁ । ଛତିଶଗଡରେ ପ୍ରବଳ ବର୍ଷା ହୋଇଚି ସତ ହେଲେ ଆମର ବି ଏଠି ଆହୁରି ପ୍ରବଳ ବର୍ଷା ହୋଇଛି । ଆମେ ଅବସ୍ଥା ଦେଖି ବ୍ୟବସ୍ଥା କରିବୁ ବୋଲି କହିଥଲେ । ଏପରି ସ୍ଥିତିରେ ଆଜି ଏନେଇ ବୈଠକ ବସିବ ।

SHARE BY