ଓଡିଶା-ଛତିଶଗଡ଼ ସୀମାରେ ମାଓ କ୍ୟାମ୍ପ ଠାବ । ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ । ସିନାପାଲି ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡା ନିକଟରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏଥିରେ ୨୮ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଗତ ୧୭ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡ଼ା ଗାଁ ନିକଟରେ ନୂଆପଡ଼ା ଓ ମେନପୁର ଡିଭିଜନ ମାଓବାଦୀ ମେଳି ବାନ୍ଧିଥିଲେ । ଏହି ଖବର ନୂଆପଡା ପୁଲିସ ଖବର ପାଇଥିଲା । ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡ଼ିଭିଏଫ, କୋବ୍ରା ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗତ ୧୮ ତାରିଖ ଅପରାହ୍ନ ୪ଟାରେ ଯବାନମାନେ ମାଓ କ୍ୟାମ୍ପ ନିକଟରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ସେଠାରେ ଯବାନମାନେ ସର୍ଚ୍ଚ ଅପରେଶନ କରି ୨୮ଟି ଡିଟୋନେଟର, ୧ କେଜି ଲୋ ଏକ୍ସପ୍ଲସିଭ, ଏକେ ୪୭ ବନ୍ଧୁକ ଗୁଳିର ଖୁକା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି