ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ସୋମବାର ଦିନ କଟକ ଆସୁଛନ୍ତି ଅମିତ ଶାହ । ଏନେଇ କଟକ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇନଡୋର ଷ୍ଟାଡିୟମରେ ହେଉଥିବା ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ଗୃହମନ୍ତ୍ରୀ । ନିୟମ ଦୃଷ୍ଟିରୁ ଗୃହମନ୍ତ୍ରୀଙ୍କର ‘ଜେଡ୍’ ସୁରକ୍ଷା ବଳୟ ବ୍ୟବସ୍ଥା ରହିଛି । ଏଥିରେ ପ୍ରାୟ ୩୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ଶାହ ଜାତୀୟ ରାଜପଥରେ ଆସିବାକୁ ଥିବାବେଳେ ଫୁଲନଖରା ପାଖରୁ କଟକ ପୁଲିସ ତାଙ୍କୁ ସୁରକ୍ଷା ବଳୟ ଭିତରେ ଆଣିବ । ଏହାସହ ରାସ୍ତା ତମାମ ଟ୍ରାଫିକ ନେଇ କଟକଣା ଜାରି କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା