ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିବେ । ଆହତଙ୍କୁ ଭେଟିବାକୁ ଏସସିବି ଯିବାର ସୂଚନା ରହିଛି । ଏହା ପୂର୍ବରୁ ଦୁର୍ଘଟଣାର ସ୍ଥିତି ଜାଣିବାକୁ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ ମୋଦୀ । ଏହା ପରେ ଓଡିଶା ଆସିବାର ଘୋଷଣା କରିଛନ୍ତି । ବାହାନଗା ଦୁର୍ଘଟଣାରେ ଏବେଯାଏଁ ମୃତ୍ୟୁ ସଂଖ୍ୟା ୨୩୮ ଟପିଲାଣି । ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି । ତଥାପି ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି ୩ ଘଣ୍ଟା ସମୟ ଲାଗିବ । ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ କିନ୍ତୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବପ୍ରଦୀପ ଜେନା ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା