ଓଡିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର । ବାଲେଶ୍ୱରରେ ଏହି ବଜ୍ରପାତ ଗବେଷଣା କେନ୍ଦ୍ର ଖୁବଶୀଘ୍ର ପ୍ରତିଷ୍ଠା ହେବ ବୋଲି ଜିଲ୍ଲା ଗସ୍ତରେ ଆସିଥିବା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବାଲେଶ୍ୱରରେ ବିଜୁଳି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଗଲେ ଓଡିଶା, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଅଧିକରୁ ଅଧିକ ପର୍ଯ୍ୟବେକ୍ଷଣ କରିହେବ । ଏଠାରେ ବଜ୍ରପାତ ସମ୍ପର୍କରେ ଅଧିକ ଗବେଷଣା କରିବା ସହିତ ବଜ୍ରପାତ ସମ୍ପର୍କରେ ସଠିକ ଆକଳନ କରାଯାଇ ଆଗୁଆ ସତର୍କ ସୂଚନା ଜାରି କରି ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ରରୁ ଭୁବନେଶ୍ୱର ଆଞ୍ଚଳିକ ପଆଣିପାଗ ବିଜ୍ଞାନ କେନ୍ଦ୍ରକୁ ଚିଠି ଆସିଛି । ଏହାକୁ ନେଇ ଏକ ୫ ଜଣିଆ କମିଟି ଗଠନ କରି ରିପୋର୍ଟ ଦେବା ପରେ କାର୍ଯ୍ୟ ଆଗକୁ ବଢ଼ିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା