ଓଡିଶାକୁ ଶ୍ରେଷ୍ଠ ଇକୋ ଡେଷ୍ଟିନେସନ ମାନ୍ୟତା । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳ । ସାରା ଦେଶରେ ଓଡ଼ିଶାକୁ ମିଳିଛି ଶ୍ରେଷ୍ଠ ଇକୋ ଡେଷ୍ଟିନେସନର ମାନ୍ୟତା । ଭ୍ରମଣ ଅବକାଶ ଭାରତ- ଦକ୍ଷିଣ ଏସିଆ ଅନ୍ତର୍ଜାତୀୟ ମାଗାଜିନର ୧୧ ତମ ସଂସ୍କରଣରେ ପାଠକଙ୍କ ପସନ୍ଦକୁ ଭିତ୍ତି କରି ପ୍ରସ୍ତୁତ ହୋଇଛି ଏହି ତାଲିକା ।ଜାତୀୟସ୍ତରରେ ଓଡ଼ିଶାକୁ ଅଧିକାଂଶ ବ୍ଲଗର ଓ ପର୍ଯ୍ୟଟନ ପତ୍ରିକା ପଢୁଥିବା ପାଠକମାନେ ଇକୋ-ଡେଷ୍ଟିନେସନ ଭାବେ ବାଛିଛନ୍ତି । ପତ୍ରିକାରେ ଚିଲିକା ହ୍ରଦ, ଭିତରକନିକା, ନନ୍ଦନକାନନ ଚିଡ଼ିଆଖାନାକୁ ସ୍ଥାନିତ କରାଯାଇଥିବା ବେଳେ ରାଜ୍ୟ ସରକାର ଆରମ୍ଭ କରିଥିବା ଇକୋ-ରିଟ୍ରିଟ ସମ୍ପର୍କରେ ଉଲ୍ଲେଖ ରହିଛି । ୧୩ଟି ନୂଆ ଇକୋ-ଡେଷ୍ଟିନେସନ ଭାବରେ ଉଲ୍ଲେଖ ରହିଛି । ଯେଉଁଥିରେ ଦେଉମାଳି, କୋଟିଆ, କଳାହାଣ୍ଡିର ଜାକମ, ଶିମିଳିପାଳର ନଓ୍ବାନ, କଳିଙ୍ଗ ଘାଟି, ଅସ୍ତରଙ୍ଗ ବେଳାଭୂମୀ, ରାଇରଙ୍ଗପୁରର ଖଡ଼ାଖାଇ ଡ୍ୟାମ, ମହେନ୍ଦ୍ରଗିରି, କାଞ୍ଜିପାଣି ଘାଟି, ରାଣୀ ଡୁଡୁମା, କଟକର ଧଲତନଗର ଓ ନୟାଗଡ଼ର ଭଣ୍ଡାର ପାହାଡ଼ ବିଷୟରେ ଉଲ୍ଲେଖ କରାଯାଇଛି ।
“The eyes believe themselves, the ears believe other people.”
More Stories
ମାଛଧରା ବୋଟରେ ହେଉଥିଲା କୋଟିଏ ଟଙ୍କାର ଗୁଆ ଚୋରା ଚାଲାଣ
ଶିଶୁଭବନର ନୂଆ କୋଠା ଲୋକାର୍ପିତ, ବେଡ୍ ସଂଖ୍ୟା 846କୁ ବୃଦ୍ଧି
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ