ଭୁବନେଶ୍ୱର: ମାର୍ଚ୍ଚ ୦୨: ଓଡ଼ିଆ ଗୀତ ଗାଇ ବେଶ୍ ପ୍ରଶଂସା ସାଉଁଟୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । ସେ ଓଡିଆ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାଇ ବେଶ୍ ଖୁସିଥିବା ପ୍ରକାଶ କରିଛନ୍ତି । ତେବେ ଓଡିଆରେ ଏହା ତାଙ୍କର ପ୍ରଥମ ଗୀତ ନୁହେଁ । ଏହା ପୂର୍ବରୁ ସେ ଏଇ ମାଟି ମାଆର ଗାଥା ଗୀତ ମଧ୍ୟ ଗାଇ ସାରିଛନ୍ତି । ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ କଟକର ଏକ ମ୍ୟୁଜିକ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ କରାଯାଇଛି । ସୂଚନା ଅନୁସାରେ, ରାଜ୍ୟପାଳ ଏହି ଗୀତ ଗାଇବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଗୀତର ଟ୍ରାକକୁ ନେଇ ରାଜଭବନ ଯାଇଥିଲେ । ଟ୍ରାକ ଶୁଣି ଗୀତ ଗାଇବା ପାଇଁ ରାଜି ହେବାପରେ ଏହି ଗୀତ ରେକର୍ଡିଂ କରାଯାଇଛି । କେବଳ ରେକର୍ଡିଂ ନୁହେଁ ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିବା ପାଇଁ ରାଜ୍ୟପାଳ ସହମତି ଦେଇଛନ୍ତି । ଏହି ଗୀତରେ ରାଜ୍ୟପାଳଙ୍କ ସହ ହ୍ୟୁମାନ ସାଗର ଓ ଦିପ୍ତୀରେଖା ମଧ୍ୟ କଣ୍ଠଦାନ ଦେଇଛନ୍ତି । ଏହି ଗୀତଟି ଖୁବ୍ ଶିଘ୍ର ରିଲିଜ ହେବାକୁ ଯାଉଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି