ସୁନା ଜିତିଲେ ସୁନା ପୁଅ । ଓଡ଼ିଶା ପାଇଁ ଗୌରବ ଆଣିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ । ପାରା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପ୍ରମୋଦ ଜିତିଛନ୍ତି ଗୋଲ୍ଡ ମେଡାଲ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ରେ ବିଜୟୀ ହୋଇଛନ୍ତି ପ୍ରମୋଦ । ପୂର୍ବରୁ ସେ ମିଶ୍ରିତ ଯୁଗଳରେ କାଂସ୍ୟ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ । ପ୍ରଥମ ଥର ପାଇଁ ପାରା ଏସିଆନ ଗେମ୍ସରେ ୩ଟି ପଦକ ହାସଲ କରିଛନ୍ତି ପ୍ରମୋଦ। ୨୦୧୪ ରେ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୮ରେ ଏକକରେ ସ୍ବର୍ଣ୍ଣ ଓ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ ପ୍ରମୋଦ ।
“The eyes believe themselves, the ears believe other people.”
More Stories
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ
ଓଡିଶାରେ ବଦଳିବ ଖେଳାଳିଙ୍କ ଭାଗ୍ୟ, 30 ଜିଲାରେ ଖେଲୋ ଇଣ୍ଡିଆ ସେଣ୍ଟର