ଓଡ଼ିଶା ଛୁଇଁଛି ପହିଲି ଶୀତ । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି । ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ୨୪ ଘଣ୍ଟାରେ ୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ । ମେଘମୁକ୍ତ ଆକାଶ ସହ ରାଜ୍ୟରେ ପହିଲି ଶୀତ ଅନୁଭବ ହୋଇଛି । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ, କୋରାପୁଟ ଏବଂ ଦାରିଙ୍ଗବାଡିରେ ୧୪ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । କିରେଇରେ ୧୪.୪ଡିଗ୍ରୀ ଏବଂ ସେମିଳିଗୁଡାରେ ୧୫ ଡିଗ୍ରୀ ତାପମାତ୍ରା ହୋଇଛି । ସେହିଭଳି ଅନୁଗୁଳ, ଭବାନୀପାଟଣା, କେନ୍ଦୁଝର, ସୋନପୁର, ନବରଙ୍ଗପୁର ଏବଂ ରାଉରକେଲାରେ ବି ଶୀତ ଅନୁଭୁତ ହୋଇଛି । ଏହାସହ ଉପକୂଳ ଓଡ଼ିଶାରେ ବି ସଂନ୍ଧ୍ୟା ଏବଂ ସକାଳେ ସାମାନ୍ୟ ଶୀତ ଅନୁଭବ କରିଛନ୍ତି ଲୋକେ । ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । କୋରାପୁଟରେ ୫୦ ମିଟର ଦୃଶ୍ୟମାନ କୁହୁଡି ଅନୁଭୁତ ହୋଇଥିବା ବେଳେ ଚାନ୍ଦବାଲିରେ ୧୦୦ ମିଟର ଦୃଶ୍ୟମାନ ଦୂରତା ରହିଛି । ଏଭଳି ପାଗ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ପାଗରେ ପରିବର୍ତ୍ତନ ହେବ ।
More Stories
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ
ସୁଭଦ୍ରା ପୋର୍ଟାଲରେ ବାହାରିଲା ଅଯୋଗ୍ୟ ଲିଷ୍ଟ, କିଏ ଦେଇଛି ବାଦ୍
ବାତ୍ୟା ବାଲେଶ୍ବରରେ କରିପାରେ ଲ୍ୟାଣ୍ଡଫଲ୍, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା