The Topmost

“The eyes believe themselves, the ears believe other people.”

ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହେବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ

ଆଜି ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହେବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଓଡ଼ିଶା ହେବ ଭାରତର ଟେନିସ ଭିତ୍ତିଭୂମିର ସର୍ବଶ୍ରେଷ୍ଠ ରାଜ୍ୟ । କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ଅତ୍ୟାଧୁନିକ ଟେନିସ କୋର୍ଟ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ନୂତନ ଷ୍ଟାଡିୟମରେ ଏକାସଙ୍ଗେ ୧୫ଶହ ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ । ଷ୍ଟାଡିୟମ ପରିସରରେ ବିଶ୍ବସ୍ତରୀୟ କନଫରେନ୍ସ ରୁମ, ଲାଉଂଜ, ମେଡିକାଲ ରୁମ, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ରୁମ, ବ୍ରଡକାଷ୍ଟ ରୁମ, ମିଡିଆ ସେଣ୍ଟର, ଡ୍ରେସିଂ ରୁମ ବି ଅଛି । ନୂଆ ଷ୍ଟାଡିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ପୂର୍ବରୁ ରହିଛି । ଯେଉଁଠି ୬ଟି ସିନ୍ଥେଟିକ କୋର୍ଟ ଓ ୪ଟି କ୍ଲେ କୋର୍ଟ ମଧ୍ୟ ରହିଛି। ନୂଆ ଷ୍ଟାଡିୟମରେ ଖେଳାଯିବ ଏସିଆନ୍ ଟେନିସ ଚାମ୍ପିୟନସିପ। ଆସନ୍ତା ଏପ୍ରିଲ ୪ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ ।

SHARE BY