ବାଲେଶ୍ବର ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜିଲ୍ଲା ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ଅଧ୍ୟକ୍ଷ । ଏହି ଅବସରରେ ସେ କହିଛନ୍ତି ଯେ, ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ବର ଜିଲ୍ଲା ଗତ ୬ ମାସ ମଧ୍ୟରେ ୧୦୩୮ କୋଟି ଟଙ୍କା ପାଇଛି । ଗତ ୬ ମାସରେ ବାହାନଗା ବ୍ଲକକୁ ଆସିଛି ୯୦ କୋଟି ଟଙ୍କା। ବ୍ଲକର ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ନଂ ୧ ମଡେଲ ହାଇସ୍କୁଲ ହେବ ବାହାନଗା ହାଇସ୍କୁଲ। ଗତ ଜୁନରେ ସେ ଆସିଥିବା ସମୟରେ ତାଙ୍କୁ ମିଳିଥିବା ୮୦ ଦରଖାସ୍ତରୁ ୭୦ ଦରଖାସ୍ତର ସମାଧାନ ହୋଇଛି । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଲାଗି ୧୬ ତାରିଖରେ ଆସିବ ଖୁସିଖବର । ବିଏସକେଓ୍ବାଇ, ଲକ୍ଷ୍ମୀ ବସ୍ ଓ ପଞ୍ଚାୟତରେ ବ୍ୟାଙ୍କ ପ୍ରତିଷ୍ଠା ଜରିଆରେ ଲୋକଙ୍କ ନିକଟରେ ସୁବିଧା ପହଞ୍ଚିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି