The Topmost

“The eyes believe themselves, the ears believe other people.”

ଓଡ଼ିଶାରେ ହେବ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସ

ଓଡ଼ିଶାରେ ହେବ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସ । ଦେଶରେ ସାମ୍ବାଦିକମାନଙ୍କ ଅର୍ଥନୈତିକ, ସାମାଜିକ ଓ ବୃଦ୍ଧିଗତ କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ । ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଭୁବନେଶ୍ବରରେ ଆୟୋଜିତ ହେବ ଇଣ୍ଡିଆନ ଜର୍ଣାଲିଷ୍ଟ କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଦୁବାଇ ସମେତ ଭାରତର ବିଭିନ୍ନ ରାଜ୍ୟ ତଥା ସମଗ୍ର ଓଡ଼ିଶାରୁ ଦୁଇ ହଜାରରୁ ଅଧିକ ସାମ୍ବାଦିକ ଯୋଗଦେବେ । ଏନେଇ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି । ତିନିଦିନିଆ କାର୍ଯ୍ୟକ୍ରମରେ ସାମ୍ବାଦିକତାର ପରିପୃଷ୍ଠତା ତଥା ସାମ୍ବାଦିକ ସମୂହଙ୍କ କଲ୍ୟାଣ, ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ସେମିନାର ଆୟୋଜନ ହେବ । ଏଥିରେ ଦେଶର ପ୍ରତିଷ୍ଠିତ ସାମ୍ବାଦିକ ମାନଙ୍କ ସମେତ ବିଭିନ୍ନ ସାମ୍ବାଦିକ ସଂଗଠନର ପ୍ରତିନିଧି ବିଚାରବିମର୍ଷ କରିବେ । ଏହି ଅବସରରେ ସାମ୍ବାଦିକତାର ପ୍ରତୀକ ଭାବେ ଏକ ‘ଲୋଗୋ’ ଉନ୍ମୋଚିତ ହୋଇଛି । ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ  ଜାନୁଆରୀ ପ୍ରଥମ ସପ୍ତାହରେ ଏକ ସୁଦୃଶ୍ୟ ମାସ୍କଟର ଉନ୍ମୋଚନ କରାଯିବ ।