ଓଡ଼ିଶାରୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ-ଆସାନସୋଲ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଇବା ପାଇଁ ପୂର୍ବ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି । ପୂର୍ବ ରେଳପଥ ପକ୍ଷରୁ ଦାଖଲ ପ୍ରସ୍ତାବରୁ ହସ୍ତଗତ ସୂଚନା ଅନୁସାରେ ପୁରୀ-ଆସାନସୋଲ ମଧ୍ୟରେ ଦୂରତା ୬୦୧ କିମି ଏବଂ ଏହି ରୁଟ୍ରେ ସପ୍ତାହକୁ ୬ ଦିନ (ସୋମବାରରୁ ଶନିବାର) ବନ୍ଦେ ଭାରତ ଗଡ଼ିବ । ଯାତ୍ରା ସମୟ ୭ ଘଣ୍ଟା ୫୫ ମିନିଟ୍ ରହିବ । ପୁରୀ-ଆସାନସୋଲ ମଧ୍ୟରେ ଏହି ଟ୍ରେନ୍ ଭୁବନେଶ୍ୱର, କଟକ, ବାଲେଶ୍ୱର, ମେଦିନିପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରା ଷ୍ଟେସନରେ ରହଣି କରିବ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମେ’ ମାସରେ ପୁରୀ-ହାୱଡ଼ା ଏବଂ ସେପ୍ଟେମ୍ବର ମାସରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହୋଇଥିଲା । ପ୍ରସ୍ତାବିତ ପୁରୀ-ଆସାନସୋଲ ତୃତୀୟ ବନ୍ଦେ ଭାରତ ଭାବେ ଓଡ଼ିଶା ଦେଇ ଚଳାଚଳ କରିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା