ପର୍ବ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ବଡ଼ ଅଂଶ ହୋଇଥିବାବେଳେ ଆମ ରାଜ୍ୟ ଓଡିଶା ଏଥିରୁ ବାଦି ପଡିନି । ତେବେ ଅନେକ ଲୋକ ଭାବନ୍ତି ଯେ ଓଡିଶା କେବଳ ରଥଯାତ୍ରା ପାଇଁ ପ୍ରସିଦ୍ଧ । ତେବେ ଯାହାକି ସତ୍ୟନୁହେଁ, ଆପଣ ଭଲଭାବେ ଶୁଣିଥିବେ ଯେ ବାର ମାସେ ତେର ପରବ ବୋଲି । ପ୍ରାଚୀନ କାଳରୁ ଅନୁସରଣ କରାଯାଉଥିବା ଅନେକ ପର୍ବ ପର୍ବାଣୀ ସହ ଓଷା, ବାର, ବ୍ରତ ର ଏକ ଆକର୍ଷଣୀୟ କାହାଣୀ ମଧ୍ୟ ରହିଛି । ଓଡିଆଙ୍କ ଦ୍ବାରା ପାଳନ କରାଯାଉଥିବା ଏହିପରି ଏକ ଉତ୍ସବ ହେଉଛି ଖୁଦୁରୁକୁଣି ଓଷା । ଯାହାକୁ ଭାଲୁକୁଣୀ ଓଷା ମଧ୍ୟ କୁହାଯାଏ । ଯାହା ମୁଖ୍ୟତଃ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଭାଦ୍ରବ ମାସରେ ଅଥବା ଶ୍ରାବଣର ପୂର୍ଣ୍ଣିମା ଦିନ ପରେ ପଡୁଥିବା ରବିବାରରେ ପାଳନ କରାଯାଏ । ଏହି ପର୍ବ ସମୟରେ ଦେବୀ ମଙ୍ଗଳାଙ୍କୁ ଝିଅମାନେ ପୂଜା କରନ୍ତି, ନିଜ ଭାଇମାନଙ୍କ ସୁରକ୍ଷା ଏବଂ ମଙ୍ଗଳ ମନାସି ଏହି ବ୍ରତ ରଖନ୍ତି । ଏହା ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କର ପବିତ୍ରତା ଏବଂ ଉତ୍କର୍ଷତାକୁ ଦର୍ଶାଏ ।
ତେବେ ଆସନ୍ତୁ ଜାଣିବା ଏହାର ରୀତିନୀତି ବିଷୟରେ– ଅବିବାହିତ ଝିଅମାନେ, ସାଙ୍ଗସାଥି ମେଳରେ ପୂଜାକୋଠୀ ରେ ଏକାଠି ହୁଅନ୍ତି । ତେବେ ଖୁଦରଙ୍କୁଣୀ ଙ୍କୁ ସାଧାରଣତଃ ଦୁଇଟି ରୂପରେ ପୂଜା କରାଯାଏ – ଗୋଟିଏ ‘ପଟି’ ନାମକ ଏକ ଚିତ୍ର ଉପରେ, ଦ୍ୱିତୀୟଟି ହେଉଛି ଏକ ମାଟି ପ୍ରତିମା ଯାହାକୁ ‘ଭାଲୁକୁଣୀ’ କୁହାଯାଏ । ପ୍ରତ୍ୟେକ ପୂଜାପାଠରେ ରୀତିନୀତି ପାଇଁ ଅତି କମରେ ଗୋଟିଏ ପ୍ରତିମା ରହିଥାଏ । ତେବେ ଯଦି ମାନସିକ ପୂରଣ ପାଇଁ ଝିଅମାନେ ମନାସୀଥାନ୍ତି ତେବେ ସେମାନେ ଏକ ପ୍ରତିମା ଉପସ୍ଥାପନ କରିଥାନ୍ତି । କେତେକ ଅଞ୍ଚଳରେ, ଯେଉଁ ଗାଁରେ ଧାନ ପକାଯାଏ ସେହି ସ୍ଥାନକୁ ସଫା କରି ଗାଈ ଗୋବରରେ ଘୋଡାଇ ଦିଆଯାଏ । ତା’ପରେ ସେମାନେ ମାଙ୍କ ପାଇଁ ବିରାଟ ଫୁଲମାଳ ଗୁନ୍ଥି ସଜାଇଥାନ୍ତି । ତା’ପରେ ଦେବୀଙ୍କ ପ୍ରତିମା ସ୍ଥାପିତ ହୁଏ ଏବଂ ସନ୍ଧ୍ୟାରେ ପୂଜା ଓ ରୀତିନୀତି ଆରମ୍ଭ ହୁଏ । ଝିଅମାନେ ସକାଳେ ‘କୋଠୀ’ରେ ଏକତ୍ରିତ ହୋଇ ବିରାଟ ଫୁଲମାଳ ତିଆରି କରନ୍ତି । ସେମାନେ ସ୍ନାନ କରିବାକୁ ନିକଟସ୍ଥ ପୋଖରୀ କିମ୍ବା ନଦୀକୁ ଯାଇଥାନ୍ତି, ସେଠାରେ ସାତ ମୁଠା ବାଲି ଏବଂ ସାତୋଟି ‘ଆପାମରଙ୍ଗା’ ଗଛ ନେଇ ସେଠାରେ ବାଲୁଙ୍କା ସଜାଇଥାନ୍ତି । ଏହାକୁ ପୂଜା କରାଯାଏ ଏବଂ ବାକୁକା (ବାଲି) ଦେବୀଙ୍କୁ ‘ଉଖୁଡା’ ଏବଂ ପାଚିଲା କଦଳୀ ଭୋଗ ଲଗାଯାଇଥାଏ । ଶୋଷରେ ସନ୍ଧ୍ୟାରେ ମାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।
More Stories
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..