January 14, 2026

ଏୟାରପୋର୍ଟରୁ ଜବତ ହେଲା ସୁନା

ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ-୨ ଶୌଚାଳୟ ଭିତରୁ ୪ଟି ସୁନା ବିସ୍କୁଟ୍‌ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। କଷ୍ଟମ୍‌ ଅଧିକାରୀମାନେ ଏହି ସୁନା ବିସ୍କୁଟ୍‌ ଜବତ କରିଛନ୍ତି। ଏହାକୁ ଜବତ ପରେ ସିଲ କରାଯାଇଛି। ଅନ୍ତର୍ଜାତିକ ଉଡ଼ାଣ ପାଇଁ ବ୍ୟବହାର କରାଯାଉଥିବା ଗୋଟାଏ ବିମାନକୁ ଅଚାନକ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ କଷ୍ଟମ୍‌ ଅଧିକାରୀମାନେ ୱାସ୍‌ରୁମ୍‌ରେ ଲାଗିଥିବା ‘ସିଙ୍କ୍‌’ ତଳେ ଅଠାପଟିରେ ଲଗାଯାଇଥିବା ଗୋଟାଏ ଧୂସର ପାଉଚ୍‌ ପାଇଥିଲେ। ସେଥିରୁ ପ୍ରାୟ ୩୯୬୯ ଗ୍ରାମ୍‌ ଓଜନର ୪ଟି ଆୟତାକାର ସୁନା ବିସ୍କୁଟ୍‌ ଉଦ୍ଧାର କରାଯାଇଛି।

SHARE BY