The Topmost

“The eyes believe themselves, the ears believe other people.”

ଏସ୍‌-୪୦୦ ମୁତୟନ ପରେ ରଣନୀତି ବଦଳାଉଛି ଚୀନ୍

ଲଦାଖ କ୍ଷେତ୍ରରେ ଚୀନ୍‌ର ଅତିକ୍ରମଣ ରୋକିବା ପାଇଁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ ଏଠାରେ ମୁତୟନ ହୋଇସାରିଛି ଏବଂ ଏନ୍ୟ ସ୍ବଦେଶୀ କ୍ଷେପଣାସ୍ତ୍ର ମଧ୍ୟ ତୟାର ରହିଛି । ଏହା ସହିତ ଏଠାରେ ସାମରିକ ଅଭ୍ୟାସ ମଧ୍ୟ ଚାଲିଛି । ଏଭଳି ସ୍ଥିତିରେ ଅତିକ୍ରମଣରେ ବିଫଳ ହେଉଥିବା ଚୀନ୍‌ ଗତ ମାସ ଶେଷ ସପ୍ତାହରେ ଏକ ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ନିକଟରେ ଉଡ଼ାଇଛି । ବର୍ତ୍ତମାନର ସ୍ଥିତିରେ ଯଦି କୌଣସି ଶତ୍ରୁ ରାଷ୍ଟ୍ରର ଯୁଦ୍ଧ ବିମାନ ଭାରତର ସୀମାରେ ପ୍ରବେଶ କରିବ ତା’ହେଲେ ଏସ୍‌-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ବାରା ତାହାକୁ ତତ୍‌କ୍ଷଣାତ ଧ୍ବଂସ କରିଦିଆଯିବ । ଯାହାକୁ ନେଇ ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଭାରତ ସତର୍କ କରାଇ ଦେଇଛି । ୨୦୨୦ରେ ପୂର୍ବ ଲଦାଖରେ ଚୀନ୍‌ ସେନା ଯେଭଳି ଅତିକ୍ରମଣ କରିଥିଲା ତାହାର ପୁନରାବୃତ୍ତି ହେଲେ ପରିସ୍ଥିତି ଭୟାନକ ହେବ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ତେବେ ଚୀନ୍‌ ତା’ର ରଣନୀତି ବଦଳାଇ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ସୀମା ଅଞ୍ଚଳରେ ନିଜ ବାୟୁସୀମା ଭିତରେ ଯୁଦ୍ଧ ବିମାନ ଉଡ଼ାଇବାରେ ଲାଗିଛି । ସେପଟେ ଭାରତ ମଧ୍ୟ ଲଦାଖରେ ଅତ୍ୟାଧୁନିକ ଯୁଦ୍ଧ ବିମାନ ମୁତୟନ କରି ଚୀନ୍‌ର ପ୍ରତ୍ୟେକଟି ଗତିବିଧି ଉପରେ ନଜର ରଖିଛି ।