ସଂଘାଇ ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଜାରିରହିଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ବୈଠକକୁ ସମ୍ବୋଧିତ କରି ସେ ବିଭିନ୍ନ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସ୍ୱାଗତ କରିଛନ୍ତି । ସେହିଭଳି ଏସସିଏ ଦେଶ ସାମ୍ନା କରୁଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ନେଇ ଚର୍ଚ୍ଚା କରିବା ପାଇଁ ଏହା ପ୍ରକୃଷ୍ଟ ମଞ୍ଚ ବୋଲି କହିଥିଲେ । ଭାରତ ୨୦୨୩ରେ ଅନୁଷ୍ଠିତ ଏସସିଓ ସମ୍ମିଳନୀର ଅଧ୍ୟକ୍ଷତା କରୁଛି । ବୈଠକରେ ଚୀନ, କାଜାକିସ୍ତାନ, କିର୍ଗିସ୍ତାନ, ଋଷ, ତାଜାକିସ୍ତାନ, ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଭାଗ ନେଇଛନ୍ତି । ସେହିଭଳି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ଭିଡିଓ କନଫରେନସିଂରେ ସାମିଲ ହୋଇଛନ୍ତି । ସେହିଭଳି ଇରାନ ଏବଂ ବେଲାରୁସ ମଧ୍ୟ ଏହି ବୈଠକରେ ଆମନ୍ତ୍ରିତ ହୋଇ ସାମିଲ ହୋଇଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ