ନୂଆ ଟୋଲ୍ ଫ୍ରି ନମ୍ବର ଜାରି କଲା ଏସବିଆଇ । କୋଟିକୋଟି ଗ୍ରାହକଙ୍କୁ ମିଳିବ ବଡ ଫାଇଦା । ବର୍ତ୍ତମାନ ଗୋଟିଏ କଲରେ ଆପଣ ପାଇପାରିବେ ବ୍ୟାଙ୍କିଂ ସୁବିଧା । ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଏସବିଆଇ ଏହି ନୂଆ ନମ୍ବର ଗୁଡିକ ଜାରି କରିଛି । ଯାହାଦ୍ୱାରା ଗ୍ରାହକ ଉତ୍ତମ ସେବା ପାଇପାରିବେ । ଏନେଇ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଟୁଇଟ୍ କରି ସୂଚନା ଦେଇଛି । ଏସବିଆଇ ଏହାର ଅଫିସିଆଲ ଟ୍ୱିଟରେ ଲେଖିଛି ଯେ, ଗ୍ରାହକଙ୍କ ପାଇଁ ସହଜ ନମ୍ବର ଜାରି କରାଯାଇଛି । ଯାହା ଅଧୀନରେ ଆପଣ ଘରେ ବସି ବ୍ୟାଙ୍କର ସମସ୍ତ ସୁବିଧା ସୁଯୋଗ ନେଇପାରିବେ । ବ୍ୟାଙ୍କ ଦ୍ୱାରା ୧୮୦୦୧୨୩୪ ଏବଂ ୧୮୦୦୨୧୦୦ ନମ୍ବରକୁ ଜାରି କରାଯାଇଛି । ଏହି ନମ୍ବରକୁ ଆପଣ କଲ କରି ବ୍ୟାଙ୍କର ଅନେକ ବିଶେଷ ସୁବିଧା ସୁଯୋଗ ବିଷୟରେ ଜାଣିପାରିବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା