The Topmost

“The eyes believe themselves, the ears believe other people.”

ଏଲନ ମସ୍କଙ୍କ ବଡ ଘୋଷଣା

ଏଣିକି ଟ୍ୱିଟରରେ ନୂଆ ଆକାଉଣ୍ଟ୍ ଖୋଲିବା ପାଇଁ ଲୋକଙ୍କୁ ଦେବାକୁ ପଡିବ ଚାର୍ଜ । ସମସ୍ତ ୟୁଜର୍ସଙ୍କ ପାଇଁ ଏକ ପେଡ୍ ପ୍ଲାଟଫର୍ମ ଆଣିବା ପାଇଁ ଯୋଜନା କରୁଛନ୍ତି ଏଲନ୍ ମସ୍କ । ଦୁଇ ଦେଶ ମଧ୍ୟରେ ଏଲନ ମସ୍କ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ନାଁ ରହିଛି ‘ନଟ୍ ଏ ବଟ୍’ । ଏହି କାର୍ଯ୍ୟକ୍ରମକୁ ପ୍ରଥମେ ଦୁଇ ଦେଶ ନ୍ୟୁଜିଲାଣ୍ଡ ଓ ଫିଲିପାଇନ୍ସରେ ଆରମ୍ଭ କରାଯାଇଛି । ଏହି ଦେଶରେ ଟ୍ୱିଟରରେ ଆକାଉଣ୍ଟ୍ ଖୋଲିବା ପାଇଁ ୧ଡଲାର୍ ଚାର୍ଜ ଦେବାକୁ ପଡୁଛି । ଅନ୍ୟ ଉପଭୋକ୍ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଏହି ଫିସ୍ ନିଆଯାଉଛି ।