The Topmost

“The eyes believe themselves, the ears believe other people.”

ଏଲନ ମସ୍କଙ୍କ ଚକିତ କଲାଭଳି ବୟାନ

ଏଲନ ମସ୍କଙ୍କ ଚକିତ କଲାଭଳି ବୟାନ । ଟ୍ଵିଟରର ନୂତନ ମାଲିକ ହେବା ପରଠୁ ଏଲନ ମସ୍କ ପ୍ରତିଦିନ ଚର୍ଚ୍ଚାରେ ରହୁଛନ୍ତି । ତେବେ ତାଙ୍କର ସଦ୍ୟତମ ବୟାନ ଚକିତ କରି ଦେବା ଭଳି ରହିଛି । ସେ ଟ୍ଵିଟ୍ କରି ଦାବି କରିଛନ୍ତି, ତାଙ୍କ ସହିତ କିଛି ଘଟଣା ଘଟିପାରେ । କେହି ତାଙ୍କୁ ଗୁଳି କରି ପାରନ୍ତି । ଏଥିପାଇଁ ସେ ଖୋଲା କାରରେ ବୁଲନ୍ତି ନାହିଁ । ମସ୍କ ଦାବି କରିଛନ୍ତି, ତାଙ୍କୁ କେହି ଗୁଳି କରିପାରନ୍ତି । ତେଣୁ ସେ ନିଶ୍ଚିତ ଭାବେ ଖୋଲାକାରରେ ବୁଲିବେ ନାହିଁ । ଟ୍ଵିଟରର ସ୍ପେସରେ ପାଖାପାଖି ଦୁଇ ଘଣ୍ଟାର ପ୍ରଶ୍ନ ଉତ୍ତରର ଅଡିଓ ଚାଟରେ ଏଲନ ମସ୍କ ଏମିତି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେ ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ।