ଆକାଶର ଛାତି ଚିରି ଚକ୍କର କାଟୁଛି ବାୟୁସେନାର ଲଢ଼ୁଆ ବିମାନ । ଆଖି ପିଛୁଳାକେ ଗର୍ଜନ କରି ପଇଁତରା ମାରୁଛନ୍ତି ଏକାଧିକ ବିମାନ । ଶୂନ୍ୟ ଆକାଶରେ ଚାଲିଛି ଚିତ୍ତାକର୍ଶକ ପ୍ରଦର୍ଶନ । ଦର୍ଶକ ବିଭୋର । ଭାରତୀୟ ବାୟୁ ସେନା ଦେଖାଉଛି ସାହସ, ଶୌର୍ଯ୍ୟ ଓ ପରାକ୍ରମ। ସାରା ବିଶ୍ୱ ଦେଖୁଛି ଭାରତର ଆତ୍ମନିର୍ଭର ଏୟାର ପାୱାର । ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ଶୋ-୨୦୨୩ । ବାୟୁସେନାର ଏହି ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଛନ୍ତି । ଏହା ଫେବୃଆରୀ ୧୭ ତାରିଖ ଯାଏ ଚାଲିବ । ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ ଏହି ଶୋକୁ ଦେଖୁଛି ସାରା ବିଶ୍ବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ