ଭୁବନେଶ୍ୱର ଏମ୍ସରେ ଇ-ହସ୍ପିଟାଲ ବ୍ୟବସ୍ଥା ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଏଣ୍ଡ୍ରୋକ୍ରାଇନୋଲୋଜି, ମେଡିସିନ୍ ଓ ପେଡିଆଟ୍ରିକ୍ ସର୍ଜରୀ ବିଭାଗରେ ଇ-ହସ୍ପିଟାଲ ବ୍ୟବସ୍ଥା ଲାଗୁ କରାଯାଇଛି । ରୋଗୀଙ୍କ ପଞ୍ଜିକରଣଠୁ ଆରମ୍ଭ କରି ଟେଷ୍ଟ ଏବଂ ପ୍ରେସକ୍ରପସନ୍ ଯାଏ ସବୁକିଛି ପେପରଲେସ ହେବ । ଖୁବଶୀଘ୍ର ଅନ୍ୟ ବିଭାଗରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବାର ଅଛି । ଏବଂ ଏହା ହେଲେ ଭିଡ ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ । ଏଥଥିହ ଆସନ୍ତା ୭ ତାରିଖରେ ହେବାକୁ ଥିବା ଏମ୍ସ ଭୁବନେଶ୍ୱରର ସମାବର୍ତନ ଉତ୍ସବରେ ଏମ୍ସରେ ୩୬ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ବିଭାଗ ଖୋଲିବ । ଏବଂ ସେଥିରେ ପ୍ଲାଷ୍ଟିକ୍ ସର୍ଜରୀ ୟୁନିଟ୍ କାର୍ଯ୍ୟ କରିବ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ