The Topmost

“The eyes believe themselves, the ears believe other people.”

worldtour

ଏମିତି ଘାରିଛି ବିଶ୍ୱ ଭ୍ରମଣର ନିଶା

ବିଶ୍ୱରେ ଏପରି କେତେକ ଲୋକ ଅଛନ୍ତି, ଯେଉଁମାନେ ନିଜର ସଉକ ପୂରଣ କରିବା ପାଇଁ କିଛି ବି କରିବାକୁ ଆଗେଇ ଆସିଥାନ୍ତି । ସେହିପରି ଏପରି ଦମ୍ପତ୍ତି ଅଛନ୍ତି ଯିଏ ନିଜର ବିଶ୍ୱ ଭ୍ରମଣର ସଉକ ପୁରା କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ସ୍ୱପ୍ନକୁ ଧୀରେଧୀରେ ବାସ୍ତବରେ ପରିଣତ କରୁଛନ୍ତି । ୟୁକେରେ ରହୁଥିବା ପତିପତ୍ନୀ କେଜି ମାଗେନ୍ନିସ୍‌ ଏବଂ ବ୍ରାଡେଲି ୱିଲିୟମ ଗତ ୬ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୪୫ଟି ଦେଶ ଭ୍ରମଣ କରିସାରିଛନ୍ତି । ତାଙ୍କର ଏହି ସ୍ୱପ୍ନର ଯାତ୍ରାରେ ଗତ ୨ ବର୍ଷ ଧରି ବାଧକ ସାଜିଥିଲା କୋଭିଡ ମହାମାରୀ, ଯାହା ଫଳରେ ଉଭୟଙ୍କୁ ବିଶ୍ୱ ଯାତ୍ରାର ସଉକକୁ ଅଧାରେ ଛାଡ଼ିବାକୁ ପଡ଼ିଥିଲା ଏବଂ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ତାଙ୍କ ସ୍ୱପ୍ନରେ ବ୍ରେକ୍‌ ଲାଗିଥିîବା ଦେଖି ଉଭୟ ଏପରି କିଛି ଆବିଷ୍କାର କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୦ ଲକଡାଉନ ସମୟରେ ଏକ ଭ୍ୟାନ୍‌କୁ ନିଜର ଏକ ବିଳାସପୂର୍ଣ୍ଣ ଘରରେ ପରିଣତ କରିଛନ୍ତି । ଏହାକୁ ନିର୍ମାଣ କରିବା ପାଇଁ ଉଭୟଙ୍କୁ ୩ମାସ ସମୟ ଲାଗିଥିଲା । ଏହାର ନାମ ଦେଇଛନ୍ତି କ୍ୟାମ୍ପରଭ୍ୟାନ୍‌ । ଏହା ବିଲକୁଲ୍‌ ଚଳନ୍ତା ହୋଟେଲ ପରି ଦୃଶ୍ୟମାନ ହେଉଛି । ଏଥିରେ ବାଥରୁମ, କିଚେନ, ଏସି ପରି ସମସ୍ତ ସୁବିଧା ଉପଲବ୍ଧ ରହିଛି । ୪୫ରୁ ୨୭ଟି ଦେଶ ସେମାନେ ତାଙ୍କର କ୍ୟାମ୍ପରଭ୍ୟାନ୍‌ରେ ପରିଦର୍ଶନ କରିଛନ୍ତି । http://thetopmost.in/?p=946

http://thetopmost.in/?p=941

http://thetopmost.in/?p=924

worldtour
worldtour @thetopmost-01

ଦକ୍ଷିଣ ଆମେରିକାରୁ ଯାତ୍ରାର ଆରମ୍ଭ କରିଥିଲେ । ଏହାପରେ ମଧ୍ୟ ଆମେରିକା ଏବଂ ଏସିଆର ଅନେକ ଦେଶର ଯାତ୍ରା କରିସାରିଛନ୍ତି ।