ଅତାବିରା ଓ ହିନ୍ଦୋଳ NAC ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା। ଏପ୍ରିଲ ୩ ରେ ହେବ ନିର୍ବାଚନ। ୯ ମାର୍ଚ୍ଚ ରୁ ୧୫ ମାର୍ଚ୍ଚ ନାମାଙ୍କନ। ୧୭ ମାର୍ଚ୍ଚ ରେ ଯାଞ୍ଚ। ୨୦ ମାର୍ଚ୍ଚ ଭିତରେ ପାର୍ଥିପତ୍ର ପ୍ରତ୍ୟାହାର କରି ପାରିବେ ପାର୍ଥି। ଆଜି ଠୁ ଆଚରଣ ବିଧି ଲାଗୁ ହୋଇଛି। ଅତାବିରା ଓ ହିନ୍ଦୋଳ NAC ର କାର୍ଯ୍ୟକାଳ ୨୦୨୩ ଏପ୍ରିଲ ୧୨ ରେ ଶେଷ ହେଉଛି। ଆଜି ଠୁ ଆରମ୍ଭ ହୋଇଛି ପ୍ରକ୍ରିୟା। ୧.୧.୨୦୨୩ ମଧ୍ୟରେ କେନ୍ଦ୍ରର ଭୋଟର ତାଲିକା ଅନୁସାରେ ତାଲିକା ପ୍ରସ୍ତୁତ କରାଯାଇଛି। ୨ ଟି NAC ରେ ୨୮ ଟି ବୁଥରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି। କାଉନସିଲର ଓ ଚେୟାର ପର୍ସନ ପାଇଁ ପୃଥକ୍ ପୃଥକ୍ ଇଭିଏମ୍ ବ୍ୟବହାର କରାଯିବ। ଇଭିଏମ୍ ରେ ପାର୍ଥ ମାନଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଉଛି। କାଉନସିଲର ମାନେ ୫୦ ହଜାର। ଚେୟାର ପର୍ସନ ୨ ଲକ୍ଷ ଖର୍ଚ୍ଚ କରି ପାରିବେ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ