ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ହ୍ବାଟ୍ସଆପରେ ଧମକ । ରାଜନୈତିକ ଶତ୍ରୁତା ଯୋଗୁଁ ପାଓ୍ବାରଙ୍କୁ ଧମକ ମିଳିଥିବା ବେଳେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି ତାଙ୍କ ଝିଅ ତଥା ଏନସିପି ସାଂସଦ ସୁପ୍ରିୟା ସୁଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଓ୍ବାରଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ସୁପ୍ରିୟା । ମହାରାଷ୍ଟ୍ରରେ ଦିନକୁ ଦିନ କ୍ରାଇମ ବଢ଼ୁଥିବା ବେଳେ ରାଜନେତାଙ୍କୁ ଖୁଲମଖୁଲା ଧମକ ଦିଆଯାଉଛି । ଗୃହ ମନ୍ତ୍ରଣାଳୟ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସୁପ୍ରିୟା । ଏହାସହ ନିଚ୍ଚସ୍ତରର ରାଜନୀତି କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଏନସିପି ନେତ୍ରୀ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍