The Topmost

“The eyes believe themselves, the ears believe other people.”

‘ଏନସିପି ବିଜେପି ସହ ହାତ ମିଳାଇଲେ ଦଳ ଛାଡିବୁ’

ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ବିଜେପି ଓ ଶିବସେନାର ସିନ୍ଦେ ଗୋଷ୍ଠୀ ମଧ୍ୟରେ ମତଭେଦ । ଦଳର ମୁଖପାତ୍ର ସଞ୍ଜୟ ଶିରସାତ୍ କହିଛନ୍ତି ଯେ,  ଯଦି ବିଜେପି ସହ ହାତ ମିଳାନ୍ତି, ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମହାରାଷ୍ଟ୍ରରେ ସରକାରରେ ସାମିଲ ହେବ ନାହିଁ । ଶିରସାତ୍ କହିଛନ୍ତି ଯେ ସେ ଅନୁଭବ କରନ୍ତି ଯେ ଏନସିପି ସିଧାସଳଖ ବିଜେପି ସହ ହାତ ମିଳାଇବ ନାହିଁ। ଏଣୁ ଆମ ରଣନୀତି ସ୍ପଷ୍ଟ ରହିଛି। ଏନସିପି ହେଉଛି ସେହି ଦଳ ଯିଏ ଠକେଇ କରିଥାଏ । ଆମେ ଏନସିପି ସହ ମିଶି ଶାସନ କରିବୁ ନାହିଁ । ଯଦି ବିଜେପି ଏନସିପି ସହ ଯିବ ତେବେ ମହାରାଷ୍ଟ୍ର ଲୋକେ ଏହାକୁ ପସନ୍ଦ କରିବେ ନାହିଁ । ଆମେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲୁ କାରଣ ଲୋକମାନେ ଆମକୁ କଂଗ୍ରେସ ଏବଂ ଏନସିପି ସହିତ ରହିବାକୁ ପସନ୍ଦ କରୁନଥିଲେ।