The Topmost

“The eyes believe themselves, the ears believe other people.”

ଏନସିପିରେ ନାହଁ କୌଣସି ବିଭାଜନ !

ଏନସିପିରେ ନାହଁ କୌଣସି ବିଭାଜନ । ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏଭଳି ବୟାନ ରଖିଛନ୍ତି । ଦଳରେ ଅଜିତ ପାୱାର କିଛି ଦଳୀୟ ବିଧାୟକଙ୍କୁ ନେଇ ଶିବସେନା-ବିଜେପି ମେଂଟରେ ସାମିଲ ହୋଇଛନ୍ତି । ଆଉ ନିଜେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହାପରେ ଏନସିପିର ନେତୃତ୍ୱ କିଏ ନେବେ ସେ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଛି । ଗୋଟିଏ ଗୋଷ୍ଠୀ ଶରଦ ପାୱାରଙ୍କୁ ଅନ୍ୟ ଗୋଷ୍ଠୀ ଅଜିତ ପାୱାରଙ୍କୁ ନେତା ବୋଲି ଦାବି କରୁଛନ୍ତି । ମାମଲା ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛି । ଏହାରି ଭିତରେ ଶରଦ ପାୱାର କିନ୍ତୁ କହିଛନ୍ତି ଏନସିପିରେ କୌଣସି ବିଭାଜନ ହୋଇନି । ଅଜିତ ପାୱାର ଆମ ନେତା । ଯଦି ଗୋଟିଏ ବଡ ଗୋଷ୍ଠୀ କୌଣସି ନୂଆ ପଦକ୍ଷେପ ନେଉଛନ୍ତି ତାହାଲେ ଏହାକୁ ବିଭାଜନ କୁହାଯିବ ନାହିଁ । ଏହା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ।